ବିଶାଳ ଶ୍ରମିକ ସମାବେଶରେ ପ୍ରୀତିଙ୍କ ଆହ୍ୱାନ  ‘ନବୀନଙ୍କୁ ୬ଷ୍ଠ ଥର ମୁଖ୍ୟମନ୍ତ୍ରୀ  କରିବା’

 ବିଶାଳ ଶ୍ରମିକ ସମାବେଶରେ ପ୍ରୀତିଙ୍କ ଆହ୍ୱାନ  ‘ନବୀନଙ୍କୁ ୬ଷ୍ଠ ଥର ମୁଖ୍ୟମନ୍ତ୍ରୀ  କରିବା’

 କାଳିଆପାଣି : ସୁକିନ୍ଦା ରିଜିଅନ କ୍ରୋମାଇଟ ଖାଦାନ ମଜଦୁର ସଙ୍ଘ ଆୟୋଜନରେ ଖଣି ଅଞ୍ଚଳରେ ବିଶାଳ ଶ୍ରମିକ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ସମାବେଶରେ ଯୋଗ ଦେଇ ସୁକିନ୍ଦା ବିଧାୟକ ପ୍ରାର୍ଥୀ ପ୍ରୀତିରଂଜନ ଘଡ଼ାଇ ନବୀନ ବାବୁଙ୍କୁ ୬ଷ୍ଠଥର ମୁଖ୍ୟମନ୍ତ୍ରୀ କରିବାକୁ ଶ୍ରମିକ ମାନଙ୍କ ସହଯୋଗ ଲୋଡ଼ିଥିଲେ । 
ଶ୍ରମିକ ନେତା ନାରାୟଣ ଚନ୍ଦ୍ର ଧିରଙ୍କ ସଭାପତିତ୍ୱରେ ଆୟୋଜିତ ସମାବେଶରେ ଅତିଥି ଭାବେ ଯୋଗଦେଇ ପ୍ରୀତି ନବୀନଙ୍କୁ ମୁଖ୍ୟମନ୍ତ୍ରୀ କରିବା ସୌରିକ ଅଞ୍ଚଳ ଶ୍ରମିକ ମାନଙ୍କ ଦାଇତ୍ୱ ବୋଲି କହିଥିଲେ । ଖଣି ଅଞ୍ଚଳ ଭୋଟକୁ ନେଇ ଅପପ୍ରଚାର କରୁଥିବା ବିରୋଧିଙ୍କୁ ଗାଁ ଗାଁରେ ଜବାବ ମାଗିବାକୁ ଯୁବକ ମାନଙ୍କୁ କହିଥିଲେ । ଯାଜପୁର ଲୋକସଭା ସାଂସଦ ପ୍ରାର୍ଥୀନି ଶର୍ମିଷ୍ଠା ସେଠି ବିଜୁ ଜନତା ଦଳ ସବୁବେଳେ ଶ୍ରମିକଙ୍କୁ ଗୁରୁତ୍ୱ ଦେଇଥାଏ ଶ୍ରମିକ କଲ୍ୟାଣ ଯୋଜନା, ବିଜୁ ସ୍ୱାସ୍ଥ୍ୟ କାର୍ଡ ଯୋଜନା ଭଳି ଅନେକ ସୁବିଧା ନବୀନ ବାବୁ କରିଛନ୍ତି । ଏଥର ସୁନାର ସୁକିନ୍ଦା, ବିକଶିତ ସୁକିନ୍ଦା ଗଢିବା ସହିତ ସୁନ୍ଦର ଓଡିଶା ଗଠନରେ ସୌରିକ ଅଞ୍ଚଳର ଜନସାଧାରଣ ସବାଗ୍ରେ ବୋଲି କହିଥିଲେ । ସମାବେଶରେ ବିଭିନ୍ନ ଖଣିରେ କାଯ୍ୟ କରୁଥିବା ଖଣି ଅଞ୍ଚଳର ୧୦ଗୋଟି ପଞ୍ଚାୟତର ୬ହଜାରରୁ ଉର୍ଦ୍ଧ ଶ୍ରମିକଶ୍ରମିକା ସାମିଲ ହୋଇଥିଲେ ।ସୌରିକ ଦୁର୍ଗାପୂଜା ପଡିଆରୁ ଏକ ବିଶାଳ ଶୋଭାଯାତ୍ରାରେ ପ୍ରୀତି ଓ ଶର୍ମିଷ୍ଠାଙ୍କୁ ଖୋଲା ଗାଡ଼ିରେ ସଭା ସ୍ଥଳକୁ ନେଇଥିଲେ । ଜିଲା ବିଜେଡି ଉପସଭାପତି ବିଦ୍ୟାଧର ପାତ୍ର,ବ୍ଲକ ଅଧକ୍ଷ ଦିବ୍ୟରଞ୍ଜନ ବରା. ବିଜେଡି ସୁକିନ୍ଦା ସଭାପତି ବିବେକାନନ୍ଦ ବୋଷ ଓ ବ୍ଲକ ଉପାଧ୍ୟାକ୍ଷା ଭାଗ୍ୟଲକ୍ଷ୍ମୀ ରାଉତ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧକ୍ଷ ଲମ୍ବୋଦର ମୁଣ୍ଡା, ଶ୍ରମିକ ସଙ୍ଘ ଉପସଭାପତି ପ୍ରଭାତ ରଞ୍ଜନ ପ୍ରଧାନ, ଭଗବତୀ ମହାନ୍ତ, ଜିଲ୍ଲା ପରିଷଦ ଜେମା ଚାଖି, ବିଜେଡି ଯୁବ ସଭାପତି ସୁକିନ୍ଦା ସୁଜିତ ରାଉତ, ଚିଙ୍ଗୁଡ଼ିପାଳ ବିଜେଡି ସଭାପତି ବୈକୁଣ୍ଠ ମହାନ୍ତ, ସମାଜସେବୀ ଆଶିଷ କୁମାର ଜେନା, ବିଶ୍ୱଜିତ ମହାନ୍ତି, ଏସକେ ନେହାଳୁଦ୍ଦିନ, କାଳିଆପାଣି ସରପଞ୍ଚ ବିକାଶ ପାତ୍ର, ସମିତିସଭ୍ୟ ସାଲୁକା ହନହଗା, କାଙ୍କଡ଼ପାଳ ସରପଞ୍ଚ ସଞ୍ଜୟ କୁମାର ପରିଡା, କଅଁସ ସରପଞ୍ଚ ନୀତିମା ମୁଣ୍ଡା, ପିମ୍ପୁଡିଆ ସମିତି ସଭ୍ୟା ପଙ୍କଜିନୀ ମହାନ୍ତଙ୍କ ସମେତ ସମସ୍ତ ଜନପ୍ରତିନିଧି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ । ଶେଷରେ ଶ୍ରମିକ ସଙ୍ଘର ଯୁଗ୍ମ ସାଧାରଣ ସମ୍ପାଦକ ଭରତ ଚନ୍ଦ୍ର ମହାନ୍ତ ଧନ୍ୟବାଦ ଅର୍ପଣ କରଥିଲେ । ଶ୍ରମିକଙ୍କ ବିଶାଳ ସମାବେଶ ସୁକିନ୍ଦା ରାଜନୀତିରେ ଚହଳ ସୃଷ୍ଟି କରିଥିବା ଜଣାପଡିଛି ।